ଟ୍ରାକ୍ଟର ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକ

Published By : Prameya-News7 Bureau | December 22, 2020 IST

ସୋର ୨୨।୧୨ : ଟ୍ରାକ୍ଟର ଧକାରେ ଯୁବକଙ୍କ ମୃତ୍ୟୁ । କ୍ଷତିପୁରଣ ଦାବି ନେଇ ଶବ ରଖି ରାସ୍ତାରୋକ କରାଯାଇଛି । ମୃତକ ବାଲେଶ୍ୱର ଜିଲ୍ଲା ସୋର ଥାନା ମହୁମୁହାଣ ପଞ୍ଚାୟତ ମଲିଚୁଆ ଗାଁର ଗଣେଷ ସିଂହ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗଣେଷ ସିଂ ପଥର ଖାଦାନରୁ କାମ କରୁଥିଲେ । ସେ କାମ ସାରି ଘରକୁ ଫେରୁଥିବା ବେଳେ ପଛ ପଟୁ ଏକ ଟ୍ରାକ୍ଟର ଆସି ଧକ୍କା ଦେଇଥିଲା । ଯାହାଫଳରେ ଟ୍ରାକ୍ଟରଟି ଗଣେଷ ଉପରେ ମାଡିଯାଇଥିଲା । ଦୁର୍ଘଟଣା ପରେ ଗଣେଷ ଘଟଣାସ୍ଥଳରେ ଗୁରୁତର ହୋଇ ପଡିରହିଥିଲେ ।  ସ୍ଥାନୀୟ ଲୋକ ଦୁର୍ଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରୁ ଗଣେଷଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଗଣେଷଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲେ । କିନ୍ତୁ ସେଠାର ଗଣେଷଙ୍କର ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର ।

ସେପଟେ ପୋଲିସ ଦୁର୍ଘଟଣା ସଂପର୍କରେ ଖବର ପାଇ ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ  କରି ପରିବାର ଲୋକଙ୍କ ହସ୍ତାନ୍ତର କରିଥିଲା ।  ପରିବାର ଲୋକେ ବାଗୁଡ଼ି ଖାଦାନାରେ ପହଞ୍ଚି ସିଙ୍ଗାଖୁଣ୍ଟା-ବାଗୁଡି ରାସ୍ତାରେ ଶବ ରଖି ରାସ୍ତାରୋକ କରିଛନ୍ତି । କ୍ଷତିପୂରଣ ଦାବିରେ ରାସ୍ତାରୋକ କରାଯାଇଛି । ଖବର ପାଇ ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଉତ୍ତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତ ଗଣେଶଙ୍କ ପରିବାରକୁ ୨୦ ହଜାର ଟଙ୍କାର ସହଯୋଗ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.