ସିରିଜ୍‌ ଦୁର୍ଘଟଣା : କାର୍‌ ଓ ବାଇକ୍‌କୁ ଧକ୍କା ପରେ ଘରେ ପିଟିହେଲା..

Published By : Prameya-News7 Bureau | December 08, 2022 IST

ସାନଖେମୁଣ୍ଡି ୦୮।୧୨ : ବ୍ରହ୍ମପୁର ଦିଗପହଣ୍ଡି ମୁଖ୍ୟ ପାଲ୍କା ବାଳକୃଷ୍ଣପୁର ନିକଟରେ ସିରିଜ୍‌ ଦୁର୍ଘଟଣା । ମାଲବାହୀ ଟ୍ରକ ଧକ୍କାରେ ଜଣେ ଆହତ ହୋଇଛନ୍ତି ।ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଏକ ମାଲବାହୀ ଟ୍ରକ ବ୍ରହ୍ମପୁରରୁ ରାୟଗଡ଼ା ଅଭିମୁଖେ ଯାଉଥିବା ବେଳେ ପ୍ରଥମେ ଗୋଟିଏ କାର୍‌କୁ ପଛପଟୁ ଧକ୍କା ଦେଇଥିଲା । ଏହାପରେ ଏକ ବାଇକ୍‌କୁ ଧକ୍କା ଦେଇ ରାସ୍ତା କଡ଼ରେ ଥିବା ଘର  ପିଟି ହୋଇଥିଲା । ତେବେ ବାଇକ୍‌ରେ ଥିବା ଆରୋହୀ ଜଣଙ୍କ ଛିଟିକି ରାସ୍ତା କଡ଼କୁ ପଡିଯାଇଥିଲେ । ସେ ଆହତ ମଧ୍ୟ ହୋଇଛନ୍ତି । ଆହତ ଆରୋହୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଟ୍ରକ୍‌ ତଳେ ଚାପି ହୋଇ ବାଇକଟି ଚୁର୍‌ମାର ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.