ବାଇକ ଓ ଟ୍ରକ୍ ଦୁର୍ଘଟଣା : ବାଇକ୍ ଆରୋହୀ ମୃତ, ଜଣେ ଗୁରୁତର
14/09/2022 at 8:01 AM

ସମ୍ବଲପୁର ୧୪।୦୯: ସମ୍ବଲପୁର ଧମା ଥାନା ଛଛାନପାଲି ନିକଟରେ ବାଇକ ଓ ଟ୍ରକ୍ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଲକ୍ଷ୍ମୀ ନାରାୟଣ ପଧାନ ଓ ଆହତ ଜଣକ ହେଲେ ଅକ୍ଷୟ ବରାଳ । ଦୁର୍ଘଟଣା ପରେ ଟ୍ରକ ଜାଳିଦେଇଛନ୍ତି ଉତ୍ୟକ୍ତ ଲୋକେ ।
ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଦୁଇ ଜଣ ବାଇକ ଆରୋହୀ ଛଛାନପାଲି ଗାଁରୁ ସାହାସପୁର ପଟକୁ ଆସୁଥିବାବେଳେ ଗୋଟିଏ ଟ୍ରକ ପଛପଟୁ ତାଙ୍କୁ ଧକ୍କା ଦେଇ ଘୋଷାଡି ନେଇଥିଲା । ତେବେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହେବା ପରେ ଉତ୍ୟକ୍ତ ଲୋକେ ଟ୍ରକ ଜାଳି ଦେବା ସହ ମୃତଦେହ ରଖି ରାସ୍ତା ରୋକ କରିଥିଲେ ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023