ରାସ୍ତାରେ ପଡିଥିବା ଗଛରେ ଧକ୍କା ଗାଡି : ଜଣେ ମୃତ, ୨ ଗୁରୁତର
20/08/2022 at 12:04 PM

ବାରିପଦା ୨୦।୦୮: ପଡିଥିବା ଗଛରେ ଧକ୍କା ହେଲା ଗାଡି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ୨ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୋଲିସ କଲୋନୀ ନିକଟରେ ଶୁକ୍ରବାର ରାତିରେ ବର୍ଷା ଲାଗି ଏକ ଗଛ ତଳେ ପଡିଯାଇଥିଲା । ରାସ୍ତା ଅନ୍ଧାର ଯୋଗୁଁ ଜଣେ ସ୍କୁଟି ଆରୋହୀ ଗଛରେ ଧକ୍କା ହୋଇ ଗୁରୁତର ହୋଇଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରି ଟାଟା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେହିପରି ଶନିବାର ଭୋର ସମୟରେ ଜଣେ ବାଇକ ଆରୋହୀ ସେହି ରାସ୍ତା ଦେଇ ଯାଉଥିବା ବେଳେ ପଡିଥିବା ଗଛ ସହିତ ଧକ୍କା ହୋଇଥିଲା । ଯାହାଫଳରେ ତାଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।
Related Posts
ପବିତ୍ର ଶ୍ରୀପଞ୍ଚମୀରେ ପୁରୀରେ ରଥକାଠ ଅନୁକୂଳ
26 January 2023