Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ବଳଦକୁ ଧକ୍କା ଦେଇ ଓଲଟିଲା ଅଟୋ, ୭ ଶିଶୁ ଆହତ

18/03/2023 at 12:47 PM

ଫୁଲବାଣୀ ୧୮।୦୩ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଗୁମାଗଡ଼ ଘାଇ ନିକଟରେ ଦୁର୍ଘଟଣା । ବଳଦକୁ ଧକ୍କା ଦେଇ ଓଲଟିଲା ଅଟୋ । ଏହି ଦୁର୍ଘଟଣାରେ ସାତ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର ପ୍ରାଥମିକ ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ପ୍ରତି ଦିନ ପରି କେରେଡି ଗାଁରୁ ୭ ରୁ ୮ ଜଣ ଶିଶୁ ପାଠ ପଢିବା ପାଇଁ ନିକଟସ୍ଥ ଶଙ୍କରାଖୋଲ ଅଟୋ ଯୋଗେ ଯାଉଥିଲେ ।  ଏହି ସମୟରେ ଗୁମାଗଡ଼ ଘାଇ ନିକଟରେ ହଠାତ୍‌ ବଳଦ ସାମ୍ନା ପଟରୁ ଆସିଯିବା ଫଳରେ ଧକ୍କା ହୋଇଥିଲା । ଯାହାଫଳରେ ଅଟୋଟି ଓଲଟି ପଡିଥିଲା । ଏହି ସମୟରେ ରାସ୍ତାରେ ଯାଉଥିବା ବିଧାୟକଙ୍କ ପ୍ରତିନିଧି ତଥା ବିଜେଡି ସମ୍ପାଦକ ନୀଳାମ୍ବର କହଁର ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଡକାଇ ଗୁମାଗଡ଼ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଗୁରୁତର ଶିଶୁଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

   Related Posts