ଫୁଲବାଣୀ ୧୪।୧୨ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଗାଡିଆପଡ଼ା ଘାଟିରେ ଦୁର୍ଘଟଣା । ଭାରସାମ୍ୟ ହରାଇ ୪୦ ଫୁଟ୍ ତଳକୁ ଖସିପଡିଲା ଟ୍ରକ । ଯାହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଏକ ମାଲ ବୋଝେଇ ଟ୍ରକ ଖଜୁରୀପଡ଼ା ବ୍ଲକ ଗାଡିଆପଡ଼ା ଘାଟି ଦେଇ ଯାଉଥିଲା । ହେଲା ଟ୍ରକଟି ଗାଡିଆପଡ଼ା ଘାଟି ନିକଟରେ ଭାରସାମ୍ୟ ହରାଇ ୪୦ ଫୁଟ୍ ତଳକୁ ଖସିପଡିଛି । ଯାହାଫଳରେ ଗାଡିରେ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।
ସେପଟେ ଖବର ପାଇ ଖଜୁରୀପଡ଼ା ପୋଲିସ ଘଟଣାସ୍ଥଳରେ ମୃତଦେହକୁ ଜବତ କରିବା ସହ ଆହତଙ୍କୁ ଉଦ୍ଧାର କରିଛି । ପରେ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ା ଜାରି ରଖିଛି ।