ଦୁଇ ବାଇକ ମୁହାଁମୁହିଁ ଧକ୍କା ; ଜଣେ ମୃତ, ୩ ଗୁରୁତର

Published By : Prameya-News7 Bureau | December 21, 2020 IST

ପାଟଣା ୨୧।୧୨: ଦୁଇ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଥିବା ଜଣାପଡିଛି । ମୃତକ ବାରିଆ ଥାନା ଜାଲି ଗାଁର ହେମନ୍ତ ମୁଣ୍ଡା ବୋଲି ଜଣାପଡିଛି ।

{"id":380593,"sizeSlug":"large","linkDestination":"none"}

ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ବାରିଆ ଥାନା ତୁରୁମୁଙ୍ଗା କେଟି ରୋଡ଼ ନନ୍ଦପୁର ନିକଟରେ ଦୁର୍ଘଟଣା ଘଟିଛି । ଆଜି ସକାଳ ସମୟରେ ୨ଟି ବାଇକ୍‌ ମଧ୍ୟରେ ମୁହାଁମୁହାଁ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣଙ୍କର  ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିଚୟ ମିଳିଥିବା ବେଳେ ଗୁରୁତର ଥିବା ବ୍ୟକ୍ତିଙ୍କ ପରିଚୟ ହସ୍ତଗତ ହୋଇନାହିଁ । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ବାରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିଛି । ସେହିପରି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଯାଇଛି ।  ଘଟଣାରେ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.