scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍‌, ୬ ଗୁରୁତର

12/06/2022 at 10:05 AM

ପଦ୍ମପୁର ୧୨।୦୬: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍‌ । ଏହି ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବରଗଡ଼ ଜିଲ୍ଲା ପଦ୍ମପୁର ପାଟଣାଗଡ଼ା ରାସ୍ତା ସୁଲିଆ ଗାଁ ନିକଟରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, ଛତିଶଗଡ଼ ବିଳାସପୁରରୁ ହରିଶଙ୍କର ଯାଉଥିଲେ ଏକ କାର୍‌ । ହେଲେ ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ସୁଲିଆ ଗାଁ ନିକଟରେ ଗାଡିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ଫଳରେ ଗାଡିରେ ୬ଜଣ ଦୁର୍ଘଟଣାରେ ଶିକାର ହୋଇଛନ୍ତି । ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପଦ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

   Related Posts