ବାଇକକୁ ଧକ୍କା ଦେଲା ଯାତ୍ରୀବାହି ବସ୍, ଅଜଣା ବାଇକ ଆରୋହୀ ମୃତ

Published By : Prameya-News7 Bureau | December 13, 2020 IST

ନୂଆପଡା ୧୩।୧୨: ଯାତ୍ରୀବାହି ବସ୍ ଧକ୍କାରେ ଅଜଣା ବାଇକ ଆରୋହୀ ମୃତ । ନୂଆପଡା ଖରିଆର ରୋଡ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ମର୍ମନ୍ତୁତ ଦୁର୍ଘଟଣା । ଘଟଣାସ୍ଥଳରେ ନୂଆପଡା ପୋଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ,ପଡୋଶୀ ରାଜ୍ୟ ଛତିଶଗଡରୁ ଜୟ ଭୋଲେ (ସିଜି ୦୪ ଇ ୧୬୮୬)ନାମକ ଏକ ଯାତ୍ରୀବାହି ବସ୍ କଳାହାଣ୍ଡି ମହାଲିଙ୍ଗ ଅଭିମୁଖେ ଯାଉଥିଲା । ନୂଆପଡା ପଟୁ ଜଣେ ବାଇକ (ବାଜାଜ ପ୍ଲାଟିନା-ଓଡି ୨ ଡି ୬୭୨) ଆରୋହୀ ଖରିଆର ରୋଡ ପଡେ ଯାଉଥିଲେ । ଠିକ୍‌ ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ଜୟ ଭୋଲେ ବସ ବାଇକକୁ ଧକ୍କା ଦେବା ସହ ପାଖାପାଖି ଶହେ ମିଟର ଘୋଷାଡି ନେଇଥିଲା । ଯାହାଫଳରେ ବାଇକ ଆରୋହୀ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ । ଦୁର୍ଘଟଣାଗ୍ରସ୍ତ ବସ୍ ଏବଂ ବାଇକକୁ ଜବତ କରିବା ସହ ବସ୍ ଚାଳକକୁ ଅଟକ ରଖିଛି ନୂଆପଡା ଥାନା ପୋଲିସ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.