ଟ୍ରକକୁ ପଛରୁ ପିଟିଲା ବସ୍ : ଜଣେ ମୃତ, ୫ ଗୁରୁତର

Published By : Prameya-News7 Bureau | November 29, 2022 IST

ନୟାଗଡ଼ ୨୯।୧୧ :  ଟ୍ରକକୁ ପଛରୁ ପିଟିଲା ବସ୍ । ଦୁର୍ଘଟଣାରେ ଜଣେ ମୃତ, ୫ ଗୁରୁତର। ୪ଜଣଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଆଜି ଭୋରରୁ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ଇଟାମାଟି ନିକଟରେ ଏହି ଦୁର୍ଘଟଣା ଘଟିଛି।

{"id":714855,"sizeSlug":"full","linkDestination":"none"}

ଖବର ଅନୁଯାୟୀ,  ଭବାନୀପାଟଣାରୁ ଭୁବନେଶ୍ବର ଆସୁଥିବା ମାଣିକେଶ୍ଵରୀ ବସ୍ ଭୋରରୁ ରାସ୍ତାକଡରେ ରହିଥିବା ଏକ ମାର୍ବଲ ବୋଝେଇ ଟ୍ରକକୁ ପଛପଟେ ପିଟିଥିଲା । ଦୁର୍ଘଟଣାର କାରଣ ଜଣାପଡିନଥିଲେ ମଧ୍ୟ ବସ୍ ର ଅବସ୍ଥା ଦେଖିଲେ ବସ୍ ଟି ଦ୍ରୁତଗତିରେ ଆସୁଥିବା ବାରିହୋଇପଡୁଛି। ଇଟାମାଟି ପୋଲିସ, ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତାହାତଙ୍କୁ ଉଦ୍ଧାର କରି ନୟାଗଡ଼ ଡାକ୍ତରଖାନାକୁ ଆଣିଥିଲେ। ମୃତକ ହେଲେ ଜୁନାଗଡ ଅଞ୍ଚଳର ଅମର ଚାନ୍ଦ ।

{"id":714857,"sizeSlug":"full","linkDestination":"none"}

ସେହିପରି ଦୁର୍ଘଟଣାରେ ୫ଜଣ ଗୁରୁତର ହୋଇଥିବା ବେଳେ ଜଣେ ଆହତ ନୟାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେ ହେଲେ ଭବାନିପାଟଣାର ମୁସ୍ତାକ ସଲିମ୍ । ୪ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ପଠାଯାଇଛି । ଭୁବନେଶ୍ବର ସ୍ଥାନାନ୍ତର ହୋଇଥିବା ଗୁରୁତରଙ୍କ ମଧ୍ଯରେ ଜଣେ କଟକ, ଜଣେ ଯାଜପୁରର ହୋଇଥିବାବେଳେ ଅନ୍ଯ ଦୁଇଜଣ ଜୁନାଗଡ ଅଞ୍ଚଳର ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.