ଟାଟା ମ୍ୟାଜିକ୍‌ ଧକ୍କାରେ ଜଣେ ମୃତ, ୨ ଗୁରୁତର

Published By : Prameya-News7 Bureau | November 12, 2022 IST

ମୁନିଗୁଡ଼ା ୧୨।୧୧ : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା କରଡ଼ାବଦ୍ଧ ଗାଁର ଦୁର୍ଘଟଣା । ଟାଟା ମ୍ୟାଜିକ୍‌ ଧକ୍କାରେ ଜଣେ ମଇଁଷି ଚରାଳିଙ୍କ ମୃତ୍ୟୁ ହୋଇଥିବା ୨ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, କରଡ଼ାବନ୍ଧ ଗାଁର ପୁଲନ୍ଦର ସିକ୍‌କା ସକାଳୁ ୨ଟି ମଇଁଷି ନେଇ ଚରାଇବାକୁ ଯାଉଥିଲା । ରାସ୍ତା ପାର୍‌ ହେଉଥିବା ବେଳେ ଭୁରୁସିଖମାର ପଟୁ ଆସୁଥିବା ଏକ ଟାଟା ମ୍ୟାଜିକ୍‌ ପୁଲନ୍ଦରଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଟାଟା ମ୍ୟାଜିକ୍‌ଟି ରାସ୍ତା କଡ଼ରେ ଥିବା ଗଛକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ପୁଲନ୍ଦରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ପ୍ରଥମେ ମୁନିଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ବିଷମକଟକ ସ୍ଥିତ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଡାକ୍ତର ସେଠାରେ  ମୃତ ଘୋଷଣା କରିଥିଲେ । ମୁନିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.