Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

୨୦ ଫୁଟ୍‌ ତଳକୁ ଖସିଲା କଣ୍ଟେନର, ସୁରଟରୁ ଯାଉଥିଲେ କଲିକତା

28/05/2022 at 2:46 PM

କେନ୍ଦୁଝର ୨୮।୦୫ : ୨୦ ଫୁଟ୍‌ ତଳକୁ ଖସିଲା କଣ୍ଟେନର । କେନ୍ଦୁଝର ଜିଲ୍ଲା ଜୁଡିଆ ଘାଟିରେ ଭାରସାମ୍ୟ ହରାଇ କଣ୍ଟେନରଟି ତଳକୁ ଖସିପଡିଛି । ଯାହାଫଳରେ ଡ୍ରାଇଭର ଓ ହେଲ୍‌ପର ଆହତ ହୋଇଛନ୍ତି । ସେଠାରୁ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ଖବର ଅନୁଯାୟୀ, ସୁରଟରୁ କଲିକତା ଅଭିମୁଖେ ଯାଉଥିଲା ଟ୍ରାନ୍ସ କାରଗୋ ଇଣ୍ଡିଆ ନାମକ ଏକ ପାର୍ସଲ ବୋଝେଇ କଣ୍ଟେନର। ଦିନ ୧୧ଟା ସମୟ​ରେ ଗାଡ଼ିଟି ଭାରସାମ୍ୟ ହରାଇ ଜୁଡିଆ ଘାଟିରେ ଓଲଟିପଡିଥିଲା। ଫଳରେ କଣ୍ଟେନର କ୍ୟାବିନ୍ ଭିତରେ ଡ୍ରାଇଭର ଓ ହେଲପର୍ ଚାପି ହୋଇ ରହିଯାଇଥଲେ।

ସେପଟେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଏହାପରେ ଗୁରୁତର ଅବସ୍ଥାରେ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ମୁଖ୍ୟ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା।

   Related Posts