Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲାଇଫଲାଇନ୍ ପାଲଟିଲା ଡେଥ୍‌ଲାଇନ୍‌, ଟ୍ରକ ତଳେ ଚାପି ହୋଇ ଚାଲିଗଲା ଜୀବନ

6/09/2022 at 3:29 PM

କେନ୍ଦୁଝର ୦୬।୦୯: କେନ୍ଦୁଝରର ଲାଇଫ ଲାଇନ କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥ ଏବେ ପାଲଟିଛି ଡେଥ ଲାଇନ୍। ଜାତୀୟ ରାଜପଥର ଜଡିଚାତର ଗାଁ ନିକଟରେ ବାଇଟ୍ ଆରୋହୀ ଉପରେ ଚଢ଼ିଗଲା ଆଇରନ ବୋଝେଇ ଟ୍ରକ୍। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଉଭୟ ଯୁବକ କେନ୍ଦୁଝର ସହରର ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବିକ, ଆଜି ଦିନ ପ୍ରାୟ ୧ଟା ସମୟରେ ଗୋଟିଏ ବାଇକରେ ଦୁଇ ଜଣ ଯୁବକ କେନ୍ଦୁଝରରୁ ଯୋଡ଼ା ଯାଉଥିଲେ। ସେହି ଦିଗରେ ଯାଉଥିବା ଏକ ଆଇରନ୍ ବୋଝେଇ ଟ୍ରକ୍ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ୨ ଜଣ ଯୁବକ ତଳେ ପଡିଯିବା ମାତ୍ରେ ଟ୍ରକର ଚକା ତଳେ ଜଣେ ପଡିଯାଇଥିଲେ। ଫଳ ଟ୍ରକଟି ଚଢ଼ଯାଇଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପଛରେ ବସିଥିବା ଯୁବକ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ସହ ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲା। ପରେ ଟ୍ରକ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ।

   Related Posts