Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ରାସ୍ତାକଡ଼କୁ ଖସିଲା ମାଛ ବୋଝେଇ ଟ୍ରକ, ଗାଡିରେ ଥିଲେ ଡ୍ରାଇଭର ଓ ହେଲ୍‌ପର

31/05/2022 at 12:31 PM

ଜଳେଶ୍ୱର ୩୧।୦୫ : ଭାରସାମ୍ୟ ହରାଇ ରାସ୍ତକଡ଼ରେ ଥିବା ନୟନ ଯୋଡିକୁ ଖସିଲା ମାଛ ବୋଝେଇ ଟ୍ରକ । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ହେଲ୍‌ପର । ଡ୍ରାଇଭରଙ୍କ ବେପାରୁଆ ଗାଡ଼ି ଚାଳାନା ଯୋଗୁଁ ଏପରି ଦୁର୍ଘଟଣା ଘଟିଛି ।

ଖବର ଅନୁଯାୟୀ,  ହାଇଦ୍ରାବାଦରୁ ଏକ ୧୦ ଚକିଆ ଟ୍ରକ ମାଛ ବୋଝେଇ କରି କଲିକତା ଅଭିମୁଖେ ଯାଉଥିଲା । ବାଲେଶ୍ୱର ଜିଲ୍ଲା ୬୦ନଂ ଜାତୀୟ ରାଜପଥ ଗୁଡିଖାଳ ପୋଲ ନିକଟରେ ହଠାତ୍‌ ଡ୍ରାଇଭରର ମୁଣ୍ଡ ବୁଲାଇଥିଲା । ଯାହାଫଳରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡ଼ ନୟନ ଯୋଡିକୁ ଖସି ପଡିଥିଲା । ଯାହାଫଳରେ ଗାଡିରେ ଥିବା ଡ୍ରାଇଭର ଏବଂ ହେଲ୍‌ପର ଅଳ୍ପକେ ବର୍ତ୍ତିଯାଇଥିଲେ । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts