ମଣିଜଙ୍ଗା ଛକରେ ସିରିଜ୍‌ ଦୁର୍ଘଟଣା, ୫ ଗୁରୁତର

Published By : Prameya-News7 Bureau | December 05, 2022 IST

ଜଗତସିଂହପୁର ୦୫।୧୨ : କଟକ-ପାରାଦୀପ ରାସ୍ତାର ମଣିଜଙ୍ଗା ଛକ ନିକଟରେ ସିରିଜ ଦୁର୍ଘଟଣା । ୪ଟି ବାଇକ ଓ ଦୁଇଟି କାରକୁ ପିଟିଲା ଏକ ଇଣ୍ଡିକା କାର୍‌ । ଯେଉଁଥିରେ  ପାଞ୍ଚ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":717424,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଏକ ଇଣ୍ଡିକା ସୋମବାର ସକାଳ ସମୟରେ ମଣିଜଙ୍ଗା ଛକ ନିକଟରେ ୪ଟି ବାଇକ୍‌ ଓ ଦୁଇଟି କାର୍‌କୁ ଧକ୍କା ଦେଇଥିଲା । ଯାହାଫଳରେ ଏହି ସିରିଜ୍‌ ଦୁର୍ଘଟଣାରେ ପାଞ୍ଚ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ମଣିଜଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ କଟକ ସ୍ଥିତ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ଘଟାଇଥିବା ଇଣ୍ଡିକା କାର୍‌କୁ ଜବତ କରିବାକୁ ଚାଳକଙ୍କୁ ତିର୍ତ୍ତୋଲ ଥାନାରେ ଅଟକ ରଖିଛି ପୋଲିସ । ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.