ହାଇଓ୍ୱାକୁ ପଛରୁ ପିଟିଲା ବାଇକ, ଚାଲିଗଲା ପୋଲିସ କର୍ମଚାରୀଙ୍କ ଜୀବନ
15/12/2022 at 3:02 PM

ଘଟଗାଁ ୧୫।୧୨ : ହାଇଓ୍ବା ପଛରେ ଧକ୍କା ଦେଲା ବାଇକ । ଚାଲିଗଲା ପୋଲିସ କର୍ମଚାରୀଙ୍କ ଜୀବନ। କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥ ଢେଙ୍କିକୋଟ ନିକଟରେ ଘଟିଛି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।
ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ରାସ୍ତା କଡରେ ଛିଡା ହୋଇଥିବା ଏକ ହାଇଓ୍ବା ପଛରେ ଧକ୍କା ଦେଇଥିଲା ପୋଲିସ କର୍ମଚାରୀଙ୍କ ବାଇକ। ଏଥିରେ ପାଟଣା ଥାନା ଭାଲିଆଡାଳ ଗାଁର ଅନିଲ କୁମାର ଦାସଙ୍କ ମୃତ୍ୟୁ ହୋଇଛି । ଅନିଲ କେନ୍ଦୁଝର ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିଲେ। ମଙ୍ଗଳବାର ରାତିରେ ଘଟଗାଁରୁ ନିଜ ଗାଁକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଘଟଗାଁ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Related Posts
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27 January 2023
ମୁର୍ତ୍ତି ବିସର୍ଜନ ବେଳେ ଅଘଟଣ; ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ
27 January 2023