ମେଡିକାଲକୁ ରୋଗୀ ନେଇ ଆସୁଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୨ ଆହତ

Published By : Prameya-News7 Bureau | December 17, 2020 IST

ଢେଙ୍କାନାଳ ୧୭।୧୨: ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଡ୍ରାଇଭର ଓ ଜଣେ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବରଅନୁଯାୟୀ, ଢେଙ୍କାନାଳ ସହର ଦକ୍ଷିଣକାଳୀ ରୋଡ଼ ରାସ୍ତାକଡ଼କୁ ଓଲଟି ପଡିଛି । ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ରୋଗୀ ନେଇ ଆସୁଥିଲା ଆମ୍ବୁଲାନ୍ସ । କିନ୍ତୁ ରାସ୍ତାରେ ଭାରାସାମ୍ୟ ହରାଇ ରାସ୍ତାରେ ଦୁର୍ଘଟଣା ଘଟିଛି । ଯାହାଫଳରେ ୨ଜଣ ଆହତ  ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଆହତଙ୍କ ପରିଚୟ ମିଳିପାରିନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.