ବସ୍କୁ ଧକ୍କା ଦେଲା ହାଇଓ୍ୱା, ୭ ଆହତ
19/03/2023 at 12:53 PM

ଚଣ୍ଡିଖୋଲ ୧୯।୦୩ : ଯାଜପୁର ଧର୍ମଶାଳା ଚୁଡ଼ାଖିଆ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍କୁ ଧକ୍କା ଦେଲା ହାଇଓ୍ୱା । ଯାହାଫଳରେ ଏହି ଦୁର୍ଘଟଣାରେ ୭ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ କଟକରୁ କୋଲକାତା ଅଭିମୁଖେ ଆସୁଥିଲା ଏକ ଘରୋଇ ବସ୍ । ସେପଟେ ଚଣ୍ଡିଖୋଲରୁ କୁଆଖିଆ ପଟକୁ ଯାଉଥିଲା ଏକ ହାଇଓ୍ୱା । ଉଭୟ ବସ୍ ଓ ହାଇଓ୍ୱା ସାଇଟ୍ ମାରିବା ସମୟରେ ଦୁର୍ଘଟଣା ଘଟିଥିଲା । ଯାହାଫଳରେ ହାଇଓ୍ୱା ଡ୍ରାଇଭର କେବିନ ଭିତରେ ଚାପି ହୋଇ ରହିଥିଲେ । ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ଅନ୍ୟପଟେ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାଇଓ୍ୱା ଡ୍ରାଇଭରକୁ କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଏହାପରେ ବସ୍ରେ ଥିବା ୭ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ବସ୍ କଣ୍ଡକ୍ଟର ଗୁରୁତର ହୋଇଥିବା ସୂଚନା ମିଳିଛି । ଏବେ ଯାଏଁ କାହାର ପରିଚୟ ମିଳିପାରିନାହିଁ ।