ରାସ୍ତାପାର୍ ହେଉଥିଲେ ମହିଳା, ଅଜଣା ଗାଡି ଧକ୍କାରେ ଚାଲିଗଲା ଜୀବନ
20/12/2022 at 8:02 AM

ଚଣ୍ଡିଖୋଲ ୨୦।୧୨ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ପାରାଦୀପ ରାଜପଥ ଚାରିନଙ୍ଗଳରେ ଘଟିଛି ଏହି ଦୁର୍ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ୫୩ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ-ପାରାଦୀପର ଚାରିନଙ୍ଗଳ ଛକରେ ଏକ ଅଜଣା ଗାଡି ମହିଳାଙ୍କୁ ଧକ୍କା ଦେଇଥିଲା । ମହିଳା ଜଣଙ୍କ ରାସ୍ତା ପାର୍ ହେଉଥିବା ବେଳେ ପଛପଟୁ ଆସି ଧକ୍କା ଦେଇଥିଲା ଏହି ଅଜଣା ଗାଡି । ଯାହାଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ ମହିଳା ସ୍ଥାନୀୟ ନଳିପୁର ଅଞ୍ଚଳର ଗୁଲାର୍ଜନ ବିବି ବୋଲି ଜଣାପଡିଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
Related Posts
ପବିତ୍ର ଶ୍ରୀପଞ୍ଚମୀରେ ପୁରୀରେ ରଥକାଠ ଅନୁକୂଳ
26 January 2023