ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଜଣେ ଗୁରୁତର

Published By : Prameya-News7 Bureau | December 15, 2020 IST

ଚଣ୍ଡିଖୋଲ ୧୫।୧୨ : ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ବାଇକ ଆରୋହୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର କୁନ୍ଦଳ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଖବର ଅନୁଯାୟୀ,  ବାଇକ ଆରୋହୀ ଜଣକ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ କୁନ୍ଦଳ ଛକ ନିକଟରେ ଦୁର୍ଘଟଣାର ଶୀକାର ହୋଇଥିଲେ ।  ଭାରସାମ୍ୟ ହରାଇ ବାଇକ ରାସ୍ତା କଡ଼କୁ ପଡିଯାଇ ଥିଲା । ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ବାଇକ ଆରୋହୀଙ୍କୁ ବଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା  ।  ପରେ ତାଙ୍କୁ କଟକ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.