Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ଗୁରୁତର

5/11/2022 at 1:03 PM

ଚାନ୍ଦବାଲି ୦୫।୧୧: ଭଦ୍ରକ ଜିଲ୍ଲା ଚନ୍ଦନପୁର ଛକ ନିକଟରେ ଦୁର୍ଘଟଣା । ଏକ କାର୍‌-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ବାଇକ ଆରୋହୀ  ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଚାନ୍ଦବାଲିରୁ ମତୋ ଅଭିମୁଖେ ଯାଉଥିବା ଏକ କାର । ଏହି ସମୟରେ  ମତୋରୁ ଚାନ୍ଦବାଲି ଆସୁଥିବା ଏକ ବାଇକ କାର୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଭଦ୍ରକ ଚନ୍ଦନପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଯାହାଫଳରେ ବାଇକ ଆରୋହୀ ଜଣକ ଗୁରୁତର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ତେବେ ଯୁବକ ଜଣକ ଚାନ୍ଦବାଲି ବିଶ୍ରାମପୁର ଗାଁର ବିକାଶ ପରିଡ଼ା ବୋଲି ଜଣାପଡ଼ିଛି। ଅନ୍ୟପଟେ ବାଇକକୁ ଧକ୍କା ଦେଇଥିବା କାର ଚାଳକ ସହିତ କାରରେ ଥିବା ୩ ଜଣ ଯୁବକ ଗାଡିକୁ ଛାଡି ଫେରାର ହୋଇଯାଇବା ଜଣାପଡିଛି। ଘଟଣାସ୍ଥଳରେ ଚାନ୍ଦବାଲି ପୋଲିସ ପହଞ୍ଚି  କାରକୁ ଜବତ କରି ଅଧିକ ତଦନ୍ତ କରୁଛି ।

   Related Posts