AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାସ୍ତାକଡ଼ ପୋଖରୀ ସାଜିଲା କାଳ : ପାଣିରେ ପଶିଗଲା କାର, ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ହେଲେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

13/09/2022 at 9:21 AM

ବଲାଙ୍ଗୀର ୧୩।୦୯ : ରାସ୍ତାକଡ଼ ପୋଖରୀ ସାଜିଲା କାଳ । ପୋଖରୀରେ ପଶିଗଲା କାର୍। ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ହେଲେ ଚାଲିଗଲା ସ୍ତ୍ରୀର ଜୀବନ। ବଲାଙ୍ଗୀର NH-26ରେ ଏହି ଦୁର୍ଘଟଣା ଘଟିଛି l

ଖବର ଅନୁଯାୟୀ, ଜାମସର ନିକଟରେ ଟ୍ରକକୁ ଓଭରଟେକ କରିବା ସମୟରେ ସାମ୍ନାଆଡୁ ମାଡିଆସିଲା ଆଉଏକ ଗାଡି । ଦୁର୍ଘଟଣାରୁ ବର୍ତ୍ତିବାକୁ ଚେଷ୍ଟା କରୁଥିବା ବେଳେ ରାସ୍ତା କଡ଼ ପୋଖରୀ ଭିତରକୁ ପଶିଗଲା କାର୍ l କାର ଭିତରେ ଦୁଇ ଜଣ ବସିଥିବା ବେଳେ ଜଣଙ୍କ ଜୀବନ ଚାଲି ଯାଇଛି । ଗୋଟିଏ ଦୁର୍ଘଟଣା ଏଡାଇବାକୁ ଯାଉଥିବା ବେଳେ ଘଟିଗଲା ଆଉ ଏକ ଦୁର୍ଘଟଣା । ବଲାଙ୍ଗୀର-ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥ ଜାମସର ଗାଁ ନିକଟରେ ଘଟିଛି ଏହି ଛାତି ଥରା ଘଟଣା l

ରବିବାର ଘୁଷୁରା ମୁଣ୍ଡାର ପିଙ୍କି ସାହୁଙ୍କୁ ତାଙ୍କ ସ୍ବାମୀ ଚୈତନ୍ୟ ଚିକିତ୍ସା ପାଇଁ ବଲାଙ୍ଗୀର ଆଣିଥିଲେ l ଡାକ୍ତରଙ୍କୁ ଦେଖାଇ ନିଜ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ l ସ୍ଵାମୀ ଚୈତନ୍ୟ କୌଣସି ପ୍ରକାରେ ପାଣି ଭିତରୁ ବାହାରକୁ ଚାଲିଆସିଥିଲେ l ହେଲେ ଗାଡିଟି ପୁରା ବୁଡି ଯାଇଥିବାରୁ ସେ ପିଙ୍କିଙ୍କୁ ବାହାରକୁ ଆଣିପାରିନଥିଲେ । ପିଙ୍କି ଗାଡି ସହ ପାଣି ଭତରେ ଦୁଇ ଘଣ୍ଟାରୁ ଅଧିକ ସମୟ ରହି ଯାଇଥିବା ବେଳେ ତାଙ୍କ ମୃତ୍ୟୁ ଘଟିଥିଲା l ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିଥିଲେ l

ତେବେ ଅଗ୍ନିଶମ ବାହିନୀ ବିଳମ୍ବ କରିବା ସହ ପାଣିରେ ଗାଡି ବୁଡ଼ିଥିବା ଜାଣି ମଧ୍ୟ କୌଣସି ଉପକରଣ ନଆଣି ଚାଲି ଆସିଥିବା ଲୋକେ ଅଭିଯୋଗ କରିଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ସାହାଯ୍ୟରେ ବୁଡି ଯାଇଥିବା ଗାଡିକୁ ପାଣିରୁ କଢ଼ା ଯାଇଥିଲା l ନା ଆସିଥିଲା କ୍ରେନ ନା ଆମ୍ବୁଲାନ୍ସ l ପିଙ୍କିଙ୍କୁ ଅଗ୍ନିଶମ ବାହିନୀ ଗାଡ଼ିରେ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ନିଆଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

   Related Posts