ଭୁବନେଶ୍ୱରରେ ସିରିଜ୍‌ ଦୁର୍ଘଟଣା, ୩ ଆହତ

Published By : Prameya-News7 Bureau | June 11, 2022 IST

ଭୁବନେଶ୍ୱର ୧୧।୦୬ : ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ୱର ପାଓ୍ୱାର ହାଉସ୍‌ ଛକରେ ଘଟିଛି ସିରିଜ୍‌ ଦୁର୍ଘଟଣା । ଏଥିରେ ୩ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ,  ଶନିବାର ଦିନ ପାଓ୍ୱାର ହାଉସ୍‌ ଛକରେ ଏକ କାର୍‌ ଦ୍ରୁତ ଗତିରେ ଆସି ଟ୍ରାଫିକ୍‌ ଉପରେ ଠିଆ ହୋଇଥିବା ଗାଡିକୁ ଧକ୍କା ଦେଇଥିଲା । ସମ୍ମୁଖରେ ଥିବା ଦୁଇଟି କାର ସହ ଏକ ଯାତ୍ରା ନେଇ ଯାଉଥିବା ଟ୍ରାଭେଲର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ ମୋଟ ତିନୋଟି ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ତିନି ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.