ଗେଲପୁର ଛକରେ ଦୁର୍ଘଟଣା, ହାଇଓ୍ୱା ଧକ୍କାରେ ଚାଲିଗଲା ଜୀବନ
8/02/2023 at 12:52 PM

ଭଦ୍ରକ ୦୮।୦୨ : ଭଦ୍ରକ ଗେଲପୁର ଛକରେ ଦୁର୍ଘଟଣା । ଚାଲିଗଲା ଆଉ ଏକ ଜୀବନ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥ ଗ୍ରାମାଞ୍ଚଳ ଥାନା ଅଧିନ ଗେଲପୁର ଛକରେ ଏକ ଦୁର୍ଘଟଣା ଘଟିଛି । ଏହା ହାଇଓ୍ୱା ଧକ୍କା ଦେବା ଫଳରେ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ ଦୁର୍ଘଟଣା ପରେ ହାଇଓ୍ୱାଟି ଫେରାର ହୋଇଥିବା ବେଳେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
Related Posts
ଗେଟ୍ ଖୋଲିଲେନି ଘର ମାଲିକ, ରାତିଅଧରେ ହଟହଟା ହେଲେ ମଡେଲ
26 March 2023
ଓଭରଲୋଡିଂ ହେଲା କାଳ, ବାଲି ଗାଡିଠୁ ଆଦାୟ ହେଲା ଲକ୍ଷେ ଫାଇନ୍
26 March 2023
ସହର ଭିତରେ ପଶିଲେ ୧୨ ଟିକିଆ ହାତୀପଲ, ଲୋକେ ଭୟଭୀତ
26 March 2023