କୁହୁଡି ଲାଗି ସିରିଜ୍ ଦୁର୍ଘଟଣା, ଏକାଧିକ ଆହତ
26/12/2022 at 12:06 PM

ଭଦ୍ରକ ୨୬।୧୨ : କୁହୁଡ଼ି ଯୋଗୁଁ ସିରିଜ୍ ଦୁର୍ଘଟଣା। ଭଦ୍ରକ ଜିଲ୍ଲା ୧୬ ନମ୍ଵର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ୧୬ ନମ୍ଵର ଜାତୀୟ ରାଜପଥ ଗେଲପୁର ନିକଟରେ କୁହୁଡ଼ି ଯୋଗୁଁ ସିରିଜ୍ ଦୁର୍ଘଟଣା ଘଟିଛି। ଭୁବନେଶ୍ୱର ପଟୁ ଆସୁଥିବା ଏକ କାର୍ ଓ ଅନ୍ୟ କେତେକ ଗାଡି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ମାଟି ଗଦା ଉପରେ ଚଢ଼ି ଯାଇଛି। ଫଳରେ ଦୁର୍ଘଟଣାରେ ୩ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023