Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ପିକଅପ ଭ୍ୟାନକୁ ପିଟିଲା ଆମ୍ବୁଲାନ୍ସ, ୨ କର୍ମଚାରୀ ଗୁରୁତର

28/06/2022 at 7:43 AM

ଭଦ୍ରକ ୨୮।୦୬: ମାଲ ବୋଝେଇ ପିକଅପ୍ ଭ୍ୟାନକୁ ପଛରୁ ପିଟିଲା ଆମ୍ବୁଲାନ୍ସ , ୨ ଗୁରୁତର। ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ସହ ଅନ୍ୟ ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି । NH-୧୬ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାହାଞ୍ଜ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଖବର ଅନୁଯାୟୀ, ରାଜପଥ କଡ଼ରେ କୋଲକାତାରୁ କାଠ ବୋଝେଇ ହୋଇ ଆସିଥିବା ପିକଅପ୍ ଭ୍ୟାନଟି ଠିଆ ହୋଇଥିଲା । ସେହି ସମୟରେ ଆମ୍ବୁଲାନ୍ସଟି ପଛପଟୁ ଧକ୍କା ଦେଇଥିଲା । ଆମ୍ବୁଲାନ୍ସ ଧକ୍କା ଦେବା ଫଳରେ ପିକଅପ୍ ଭ୍ୟାନଟି ରାଜପଥ କଡ଼ ନାଳକୁ ଓଲଟି ପଡିଥିଲା । ଆମ୍ବୁଲାନ୍ସ ଡ୍ରାଇଭର ଓ କର୍ମଚାରୀ ଗାଡି ତଳେ ଚାପି ହୋଇ ରହି ଯାଇଥିବା ବେଳେ ଭଦ୍ରକ ପୋଲିସ ଓ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ପଠାଇଛନ୍ତି ।

   Related Posts