ଦୁର୍ଘଟଣା ପରେ ଟ୍ରକ୍‌ କ୍ୟାବିନ୍‌ରେ ଫସିଥିଲେ ଡ୍ରାଇଭର, ଉଦ୍ଧାର କଲା ଅଗ୍ନିଶମ ବାହିନୀ

Published By : Prameya-News7 Bureau | May 16, 2022 IST

ବାଲେଶ୍ୱର ୧୬।୦୫ :  ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ କ୍ୟାବିନରେ ଫସିଗଲେ ଡ୍ରାଇଭର । ଟ୍ରକରେ ଫସି ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ ।

ଖବର ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଜାତୀୟ ରାଜପଥ ନୂଆନଈ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଗୋଟିଏ ଟ୍ରକର ଡ୍ରାଇଭର ଟ୍ରକର ଆଗ କ୍ଯାବିନରେ ଫସି ଯାଇଥିଲେ । ଅଗ୍ନିଶମ ବାହିନୀର ଟିମ୍ ସେଠାରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.