ଗୋରୁପଲଙ୍କ ଉପରେ ଚଢିଗଲା ଟ୍ରକ, ଚାଲିଗଲା ୮ଗୋରୁଙ୍କ ଜୀବନ

Published By : Prameya-News7 Bureau | October 04, 2020 IST

ବଡ଼ବିଲ ୦୪।୧୦ : ଟିପର ଧକ୍କାରେ ଚାଲିଗଲା ୮ଟି ଗୋରୁଙ୍କ ଜୀବନ। ସେହିପରି  ୫ଟି ଗୋରୁଙ୍କ ଅବସ୍ଥା ଶୋଚନୀୟ ରହିଛି । ଏଭଳି ଦୁଖଦ ଘଟଣା ଘଟିଛି ବଡ଼ବିଲ ଥାନା ଅଧିନସ୍ଥ ଭଦ୍ରାସାହି ପଞ୍ଚାୟତ ଭୁଷୁଗାଁ ନିକଟରେ ।

{"id":338451,"sizeSlug":"large"}

ଗତକାଲି ଲଗାଣ ବର୍ଷା,  ପରେ ସନ୍ତସନ୍ତିଆ ରାସ୍ତା । କାଦୁଅରୁ ରକ୍ଷା ପାଇବା ପାଇଁ କିଛି ଗୋରୁ ଭଦ୍ରାସାହି-ବଡ଼ବିଲ ରାଜ୍ୟ ରାଜପଥ ଉପରକୁ ଚାଲିଆସି ଆଶ୍ରୟ ନେଇଥିଲେ । ତେବେ ବିଳମ୍ବିତ ରାତିରେ (ଓଆର୍ ୦୯ ଇ ୭୨୬୩ ) ନମ୍ବର ବିଶିଷ୍ଟ ଏକ ଆଇରନ୍ ବୋଝେଇ ଟିପର ଦ୍ରୁତ ଗତିରେ ଆସି ଗୋରୁ ପଲଙ୍କ ଉପରକୁ ମାଡ଼ି ଯାଇଥିଲା । ଯାହାଫଳରେ କି  ଘଟଣାସ୍ଥଳରେ 8ଟି ଗୋରୁଙ୍କ ଜୀବନ ଚାଲିଯାଇଥିବା ବେଳେ ୫ଟି ଗୋରୁ ରାସ୍ତା କଡ଼କୁ ଛିଟିକି ପଡ଼ଥିଲେ । ତେବେ ଏହି ୫ଟି ଗୋରୁଙ୍କ ଅବସ୍ଥା ଏବେ ଶୋଚନୀୟ ରହିଛି । ସେପଟେ ଘଟଣା ସ୍ଥଳରେ ଟିପରକୁ ଛାଡ଼ି ଡ୍ରାଇଭର ଖସି ପଳାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.