ଭୋଜି ଖାଇବାକୁ ଯାଉଥିଲେ, ଅଧାରାସ୍ତାରେ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ
6/02/2023 at 8:01 AM

ଅନୁଗୁଳ ୦୬।୦୨ : ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ୩୫ ଯାତ୍ରୀ । ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ମଣ୍ଡାମ ଗାଁରେ ନିକଟରେ ଘଟିଛି ଦୁର୍ଘଟଣା । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ହଣ୍ଡପା ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଦେବଗଡ଼ ଜିଲ୍ଲା ହଣ୍ଡପା ଥାନା ଉଡଲ ଗାଁକୁ ଏକ ଭ୍ୟାନ୍ ଯୋଗେ ଭୋଜି ଖାଇବାକୁ ଯାଉଥିଲା । ଏହି ସମୟରେ ମଣ୍ଡାମ ଗାଁ ନିକଟରେ ଥିବା ବ୍ରିଜ୍ରେ ଗାଡିଟି ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା । ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩୦ ଯାତ୍ରୀ ଆହତ ହୋଇଥିଲେ ।
ତେବେ ଆମ୍ବୁଲାନ୍ସ ଠିକଣା ସମୟରେ ନପହଞ୍ଚିବାରୁ ଏକ ପରିବା ବୋଝେଇ ଗାଡିରେ ଆହତଙ୍କୁ ଆଣି ବଇଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି । ମେଡିକାଲରେ ଭର୍ତ୍ତି ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।