ଟ୍ରକକୁ ପଛ ପଟୁ ପିଟିଲା ବସ୍‌, ଗାଡ଼ିରେ ଥିଲେ ୫୦ ଯାତ୍ରୀ

Published By : Prameya-News7 Bureau | November 10, 2021 IST

ଅନୁଗୁଳ ୧୦।୧୧: ଟ୍ରକକୁ ପିଟିଲା ବସ୍‌ । ଅନୁଗୁଳ ୬୩ ନମ୍ବର ଜାତୀୟ ରାଜପଥ ଜିନ୍ଦଲ ଠାରେ ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା ବସ୍‌ । ଯାହାଫଳରେ ୫ଜଣ ଆହତ ହୋଇଥିବା ବେଳେ ୫୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଶିବ ଶଙ୍କର ନାମକ ଏକ ବସ୍‌ ଦେବଗଡ଼ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିଲେ । ହେଲେ ରାସ୍ତାରେ ଘଟିଲା ଦୁର୍ଘଟଣା । ଅନୁଗୁଳ ୬୩ ନମ୍ବର ଜାତୀୟ ରାଜପଥ ଜିନ୍ଦଲ ନିକଟରେ ଛିଡା ହୋଇଥିବା ଟ୍ରକ୍‌କୁ ଧକ୍କା ଦେଇଥିଲା ବସ୍‌ । ଯାହାଫଳରେ ୫ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଆହତଙ୍କୁ ଉଦ୍ଧାର କରି ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି । ସେହିପରି ଗାଡ଼ିରେ ଥିବା ୫୦ ଯାତ୍ରୀ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.