ଇନୋଭା ଧକ୍କାରେ ଯୁକ୍ତ ୨ ଛାତ୍ରୀ ଗୁରୁତର, କଟକ ବଡ଼ମେଡିକାଲ ସ୍ଥାନାନ୍ତର
6/09/2022 at 2:17 PM

ଆନନ୍ଦପୁର ୦୬।୦୯ : ଇନୋଭା ଧକ୍କାରେ ଛାତ୍ରୀ ଗୁରୁତର । ଆନନ୍ଦପୁରରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର । ଗୁରୁତର ଛାତ୍ରୀଙ୍କ ନାମ ଦେବାନ୍ସି ପ୍ରିୟଦର୍ଶିନୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଆନନ୍ଦପୁର କଲେଜର ଯୁକ୍ତ ୨ ଛାତ୍ରୀ ଦେବାନ୍ସି ପ୍ରିୟଦର୍ଶିନୀ ନିଜ ଘରୁ ସାଇକେଲ ଯୋଗେ କଲେଜ ଯାଉଥିଲେ । ଠିକ୍ ଏହି ସମୟରେ ଏକ ଦୃତଗାମୀ ଇନୋଭା କାର୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଛାତ୍ରୀ ଜଣକ ପ୍ରାୟ ଦଶ ଫୁଟ ଉପରକୁ ଉଠିଯାଇଥିଲେ। ତେବେ ଧକ୍କା ଦେଇଥିବା ଇନୋଭlଟି ଦୃତଗତିରେ ପଳାଇଯାଇଥିଲେ ମଧ୍ୟ ପୋଲିସ୍ ତଦନ୍ତ ଆରମ୍ଭ କରି କାବୁ କରିବାରେ ସକ୍ଷମ ହୋଇଛି। ଗୁରୁତର ଛାତ୍ରୀଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
Related Posts
ନବ ଦାସ ହତ୍ୟା ମାମଲା, ବଡ଼ମାଳ ଥାନାରେ ପୁଣି କ୍ରାଇମବ୍ରାଞ୍ଚ ଟିମ୍
2 February 2023
ପାପକ୍ଷୟ ଲୋକ ମହୋତ୍ସବ ଆରମ୍ଭ, ଅରୁଣ ମେହେରଙ୍କୁ ମିଳିଲା ପାପକ୍ଷୟ ସମ୍ମାନ
2 February 2023