ବାଇକକୁ ସାମ୍ନା ପଟୁ ଧକ୍କା ଦେଲା ୧୨ ଚକିଆ ଟ୍ରକ

Published By : Prameya-News7 Bureau | December 14, 2020 IST

ଆନନ୍ଦପୁର ୧୪।୧୨: କେନ୍ଦୁଝର ଜିଲ୍ଲା ୨୦ନମ୍ବର ଜାତୀୟ ରାଜପଥ ଘସିପୁରା ନିକଟରେ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ଅବସ୍ଥା ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ବୃଦ୍ଧ ଘସିପୁରା ଥାନା କଣ୍ଟାରୋହି ଗାଁର ଜଗନ୍ନାଥ ସାହୁ ବୋଲି ଜଣାପଡିଛି ।

ଖବରଅନୁଯାୟୀ, ଜଗନ୍ନାଥ ନିଜ ବାଇକ ଯୋଗେ ଆଜି ଶାଳପଡ଼ା ଠାରୁ ବାହାରି ନିଜ ଗାଁ କଣ୍ଟାରୋହୀ ଯାଉଥିବା ସମୟରେ ସାମ୍ନା ପଟୁ ଆସି ଟ୍ରକ ଧକ୍କା ଦେଇଥିଲା । ଲୁହାପଥର ବୋଝେଇ ୧୨ଚକିଆ ଟ୍ରକ ବୃଦ୍ଧ ଜଗନ୍ନାଥଙ୍କ ଗୋଡ ଉପରେ ମାଡିଯାଇଥିଲା । ତେବେ ଘଟଣାସ୍ଥଳରୁ ବୃଦ୍ଧଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ପୋଲିସ୍ ପିଛା କରିଥିଲେ ମଧ୍ଯ ଧରିବାରେ ସଫଳ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.