ଅଟୋ ସହ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କା, ଏକାଧିକ ଛାତ୍ରଛାତ୍ରୀ ଆହତ

Published By : Prameya-News7 Bureau | December 15, 2022 IST

ଦଶପଲ୍ଲା ୧୫।୧୨ : ଅଟୋ ସହ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କା । ଯେଉଁଥିରେ ୪ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିକଟ ଅନ୍ଧାର କୋଟ ଛକ ନିକଟରେ ଅଟୋ ସହ ଏକ ପିକଅପ୍ ଭ୍ୟାନ ସହ ଧକ୍କା ହୋଇଛି।  ଅଟୋରେ ଥିବା ୬ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପରେଶ ନାମକ ଜଣେ ଛାତ୍ରଙ୍କ ଗୋଡ ଭାଙ୍ଗି ଯାଇଥିବାର ଜଣାପଡିଛି । ଦୁର୍ଘଟଣା ପରେ ସ୍ଥାନୀୟଲୋକେ ଆହତଙ୍କୁ ଉଦ୍ଧାର କରି ଦଶପଲ୍ଲୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଥିବା ପରେଶ ବେହେରାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ପରେଶ ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣର ଛାତ୍ର ବୋଲି ସୂଚନା ମିଳିଛି। ପରେଶ ବେହେରାଙ୍କ ଘର ସାରିଗଣ୍ଡା ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.