ଟ୍ରକକୁ ପିଟିଲା ଅଟୋ, ୪ ଗୁରୁତର
22/01/2023 at 11:39 AM

ସୋର ୨୨।୦୧ : ଟ୍ରକକୁ ପିଟିଲା ଅଟୋ । ବାଲେଶ୍ୱର ଜିଲ୍ଲା ସୋର କୁପାରି ରାସ୍ତା ସରଶଙ୍ଖ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ରସିଦପୁର ରାଇପୁର ଗାଁ ଲିପୁ ଦାସ, ଦିପୁ ଦାସ ଓ ଅକ୍ଷୟ ଦାସ ଓ ରାଜେଶ ଦାସ ସୋରୋରୁ ଏକ ଅଟୋ ଯୋଗ ଘର ରାଇପୁର ଫେରୁଥିଲେ । ଏହି ସମୟରେ ଏକ ଟ୍ରକ ଧକ୍କା ଦେଇଥିଲା ଅଟୋ l ଏହି ଅଟୋରେ ବସିଥିବା ଚାରି ଯୁବକ ଦିପୁ, ଲିପୁ, ଅକ୍ଷୟ ଓ ରାଜେଶ ଗୁରୁତର ହୋଇଥିଲେ l ସେମାନଙ୍କ ମଧ୍ୟରୁ ରାଜେଶ ଅତିଗୁରୁତର ହୋଇପଡିଛି l ସମସ୍ତ ଆହତଙ୍କୁ ସୋର ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା l ଅଳ୍ପକେ ଅଟୋ ଡ୍ରାଇଭର ବର୍ତ୍ତିଯାଇଛନ୍ତି l ପରେ କିଛି ଗୁରୁତରଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି l
Related Posts
ହାତୀ ମୃତଦେହ ମିଳିବା ଘଟଣା, ୪ ଶିକାରୀ ଗିରଫ
29 January 2023