ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ଗୁରୁତର
7/03/2023 at 11:43 AM

ପୁରୀ ୦୭।୦୩ : ପୁରୀ ଜିଲ୍ଲା ସତ୍ୟବାଦୀ ଗୁରୁକୂଳ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ପଶ୍ଚିମ ବଙ୍ଗ ପଶ୍ଚିମ ମେଦିନୀପୁରର ସନ୍ଦୀପ ଦାସ ନିଜ ମାରୁତି ଡିଜାରୋ ଗାଡି ଯୋଗେ ଭୁବନେଶ୍ୱରରୁ ପୁରୀ ଆସୁଥିଲେ । ଆଖି ଲାଗିଯିବାରୁ ୩୧୬ ନଂ ଜାତୀୟ ରାଜପଥର ରୋଡ ଡିଭାଇଡରକୁ ପିଟି ଦେଇଥିଲେ। ଫଳରେ ଗାଡ଼ିରେ ଥିବା ୫ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତର ଆହତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।
ତେବେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ମାନେ ହେଲେ ପଶ୍ଚିମବଙ୍ଗ ପଶ୍ଚିମ ମେଦିନାପୁରର ସନ୍ଦୀପ ଦାସ, କୌସିକ ସିଂଘ, ରୀନା ସିଂଘ, ନାରାୟଣ ରଞ୍ଜନ ଦା ଓ ସ୍ବର୍ଣ୍ଣଲତା ଦା। ସତ୍ୟବାଦୀ ଥାନା ପୋଲିସ ଦୁର୍ଘଟଣା ଗ୍ରସ୍ତ କାରକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।