ରାସ୍ତାକଡ଼କୁ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର, ଯାତାୟତ ବାଧାପ୍ରାପ୍ତ

Published By : Prameya-News7 Bureau | December 17, 2022 IST

କୋରାପୁଟ ୧୭।୧୨ : ରାସ୍ତାକଡ଼କୁ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର ।  କୋରାପୁଟ-ବିଶାଖାପାଟଣା ୨୬ ନମ୍ବର ଜାତୀୟ ରାଜପଥ ପଡାଲଗୁଡ଼ା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।  ଘଟଣାସ୍ଥଳରେ  ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଖବର ଅନୁଯାୟୀ, ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିଲା ଏକ ଗ୍ୟାସ୍‌ ଟ୍ୟାଙ୍କର । ହେଲେ କୋରାପୁଟ-ବିଶାଖାପାଟଣା ୨୬ ନମ୍ବର ଜାତୀୟ ରାଜପଥ ପଡାଲଗୁଡ଼ା ଛକ ନିକଟରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିପଡିଛି । ଯାହାଫଳରେ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌ ହୋଇଥିଲା । ତେବେ ସୁରକ୍ଷାଦୃଷ୍ଟିରୁ ଜାତୀୟ ରାଜପଥରେ ଯିବାଆସିବା ବନ୍ଦ କରାଯାଇଛି ।

ସେପଟେ ଘଟଣାସ୍ଥଳରେ ପଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ଖୋଳତାଡ଼ ଜାରି ରଖିଛି । ଏପିରିକି ଗ୍ୟାସ୍‌ ଲିକ୍‌କୁ ତୁରନ୍ତ ବନ୍ଦ କରିବାକୁ ମଧ୍ୟ ଚେଷ୍ଟା ଜାରି ରଖିଛି ଅଗ୍ନିଶମ ବାହିନୀ  । ପଟାଙ୍ଗୀ ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.