କାଞ୍ଜିପାଣି ଘାଟିରେ ଦୁର୍ଘଟଣା, ଟ୍ରକକୁ ସାମ୍ନା ପଟୁ ପିଟିଲା ଆଉ ଏକ ଟ୍ରକ

Published By : Prameya-News7 Bureau | December 20, 2022 IST

କେନ୍ଦୁଝର ୨୦।୧୨ : କାଞ୍ଜିପାଣି ଘାଟିରେ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ହୋଇଛନ୍ତି ।  ଗୁରୁତର ଡ୍ରାଇଭର ହେଲେ ମହାରାଷ୍ଟ୍ର ବାନ୍ଦ୍ରା ଜିଲ୍ଲା ଲାନୁର ଥାନା ପମ୍ପଲୁର ଗାଁର ସନ୍ତୋଷ ମୋରି ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ କେନ୍ଦୁଝର ଆଡୁ ଡ୍ରାଇଭର ସନ୍ତୋଷ ମୋରି ଏକ ୧୬ ଚକିଆ ଟ୍ରକ ନେଇ ବମ୍ବେ ଅଭିମୁଖେ ଯାଉଥିଲେ । ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଘାଟିରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଡିଭାଇଡରରେ ପିଟି ହୋଇଥିଲା । ଏହାପରେ ସାମ୍ନା ପଟୁ ଆସୁଥିବା ଏକ ୧୦ ଚକିଆ ଟ୍ରକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଜଣେ ଡ୍ରାଇଭର ଗୁରୁତର ହୋଇଥିଲେ । ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରି କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି । କାଞ୍ଜିପାଣି ପୋଲିସ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.