LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଫୋନ୍‌ ପରେ ବି ଆମ୍ବୁଲାନ୍ସ ଆସିଲାନି, ଠେଲାରେ ମେଡିକାଲ ନେଲେ ପରିବାର

22/03/2023 at 12:17 PM

ଚଣ୍ଡିଖୋଲ ୨୨।୦୩ : ଅଜଣା ଗାଡି ଧକ୍କାରେ ମହିଳା ମୃତ । ଠିକଣା ସମୟରେ ଆମ୍ବୁଲାନ୍ସ ନଆସିବାକୁ ଠେଲାରେ ମେଡିକାଲ ଆଣିଲେ ପରିବାର ଲୋକେ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।  ମୃତକ ଜାରକା କୁମାରୀ ଅଞ୍ଚଳର ଅରଣ୍ୟ ଗୁଇଁଙ୍କ ସ୍ତ୍ରୀ ଗେଡି ଗୁଇଁ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ବୁଧବାର ଦିନ ସକାଳ ସମୟରେ ଶୌଚ ହୋଇ ୧୬ ନମ୍ବର ଜାତୀୟ ରାଜପଥ ପାର୍‌ ହେଉଥିଲେ । ଏହି ସମୟରେ ଏକ ଅଜଣା ଗାଡି ତାଙ୍କୁ ଜୋରଦାର ଧକ୍କା ଦେଇଥିଲା । ରାଜପଥ କଡ଼ରେ ଗୁରୁତର ଭାବେ ପଡିଥିଲେ ଗେଡି ଗୁଇଁ । ଏହାପରେ ପରିବାର ଲୋକେ ତୁରନ୍ତ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ଠିକ୍‌ ସମୟରେ ଆସିନଥିଲା । ଶେଷରେ ପରିବାର ଲୋକେ ଏକ ଠେଲାରେ ଧର୍ମଶାଳା ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

ସେପଟେ ଘଟଣାକୁ ନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଧର୍ମଶାଳା ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛନ୍ତି ।

   Related Posts