ରାଜଧାନୀରେ ବ୍ରାଉନ୍ସୁଗର ଖାଇ ସିରିଜ୍ ଦୁର୍ଘଟଣା ! ୩ ଗୁରୁତର
12/03/2023 at 2:51 PM

ଭୁବନେଶ୍ୱର ୧୨।୦୩ : ରାଜଧାନୀରେ ସିରିଜ୍ ଦୁର୍ଘଟଣା । ଏହି ଦୁର୍ଘଟଣାରେ ତିନି ଜଣ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଫେରାର ବେଳେ ମାଡିବସିଲେ ଲୋକେ ।

ସେହିପରି ଗାଡିକୁ ଜବତ ପରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ଗାଡିରେ ଥିବା ୩ଜଣ ଅଭିଯୁକ୍ତଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି ଲୋକେ । ଏପିରିକି ଜବତ ଗାଡି ଭିତରୁ ବ୍ରାଉନ୍ସୁଗାର ଟାଣିବା ସାମଗ୍ରୀ ମଧ୍ୟ ମିଳିଛି । କ୍ୟାପିଟାଲ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତିନି ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି କ୍ୟାପିଟାଲ ଥାନା ପୋଲିସ ।
Related Posts
ଆସୁଛି ଆଉ ଏକ ପଶ୍ଚିମା ଝଡ଼, ୩୧ ଯାଏଁ ବର୍ଷିବ
28 March 2023
ଗୋଠଛଡ଼ା ଦନ୍ତାର ଉତ୍ପାତ, ଆକ୍ରମଣରେ ଶ୍ରୀଧର ଗୁରୁତର
28 March 2023