ପାନୀୟ ଜଳ ସମସ୍ୟାକୁ ନେଇ ରାସ୍ତା ଅବରୋଧ, ମୁଖ୍ୟମନ୍ତ୍ରୀବି ଭେଟି ଜଣାଇଥିଲେ ଅସୁବିଧା

Published By : Prameya-News7 Bureau | June 10, 2024 IST

କନ୍ଧମାଳ: ପାନୀୟଜଳ ସମସ୍ୟାକୁ ନେଇ ରାସ୍ତା ଅବରୋଧ। ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ମୂଳ ଗୁଦାରୀ  ଗ୍ରାମର ଗ୍ରାମବାସୀମାନେ ଫୁଲବାଣୀ-ଭୁବନେଶ୍ବର ମୁଖ୍ୟ ରାସ୍ତା, ୫୯ ନମ୍ବର ଜାତୀୟ ରାଜପଥକୁ ଅବାରୋଧ କରିଛନ୍ତି। ଗ୍ରାମବାସୀମାନେ ରାସ୍ତାରେ ହାଣ୍ଡି ମାଠିଆ ରଖି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି।

ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଫୁଲବାଣୀଠାରୁ ମାତ୍ର ୫ କିମି ଦୂରରେ ଥିବା ଏହି ଗ୍ରାମରେ ବହୁ ବର୍ଷ ହେଲା ପାନୀୟ ଜଳ ସମସ୍ୟା ଲାଗିରହିଛି। ପ୍ରଶାସନ ପକ୍ଷରୁ ବରମ୍ବାର ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ ଗ୍ରାମରେ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରୁନାହିଁ।ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଗୁହାରି ଜଣାଇଥିଲେ, ତଥାପି କୌଣସି ସମାଧାନ ନହେବାରୁ ଏଭଳି ଭାବରେ ରାସ୍ତା ଅବରୋଧ କରିଥିବା କହିଛନ୍ତି ଗ୍ରାମବାସୀ। 

ତେବେ ଘଟଣା ସ୍ଥଳରେ ଫୁଲବାଣୀ ସବ କଲେକ୍ଟର, ଖଜୁରୀପଡା ତହସିଲଦାର ଏବଂ RWSSର କର୍ମଚାରୀ ମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.