Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାଣି ପାଇଁ ରାଜରାସ୍ତାରେ ଗ୍ରାମବାସୀ, ବାରମ୍ବାର ଅଭିଯୋଗ ପରେ ବି ଶୁଣିଲାନି ପ୍ରଶାସନ

26/12/2022 at 1:12 PM

ଉଦଳା ୨୬।୧୨ : ପାଣି ପାଇଁ ରାଜରାସ୍ତାରେ ଗ୍ରାମବାସୀ । ହାତରେ ଗରା ବାଲଟି ଧରି ଶତାଧିକ ଗ୍ରାମବାସୀମାନେ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି । ଉଦଳା-ବାରିପଦା ରାଜ୍ୟ ରାଜପଥର ପାଟପୁର ଛକ ନିକଟରେ ଗ୍ରାମବାସୀମାନେ ରାସ୍ତା ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ଖବର ଅନୁଯାୟୀ,  ଉଦଳା ଥାନା ଅଧିନ ପାଟପୁର ଗ୍ରାମବାସୀଙ୍କୁ ଆଜି ପର୍ଯ୍ୟନ୍ତ ଶୁଦ୍ଧ ପାନୀୟ ଜଳ ବୁନ୍ଦାଏ ମିଳିପାରିନାହିଁ । ଗ୍ରାମକୁ ପାନୀୟ ଜଳ ଯୋଗାଇବା ନିମନ୍ତେ ବାରମ୍ବାର ଦାବି କରାଯିବା ପରେ ଶେଷରେ ଗ୍ରାମକୁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ତାହା ପୂରଣ ହୋଇପାରୁନାହିଁ ।

୬୦ରୁ ଅଧିକ ପରିବାର ବସବାସ କରୁଥିବା ଏହି ଗ୍ରାମରେ ଗୋଟିଏ ମଧ୍ୟ ନଳକୂପ ନଥିବା ବେଳେ ଗ୍ରାମବାସୀମାନେ ବାହାରକୁ ଆସି ପାଣି ନେଇଥାନ୍ତି । ତାହା ପୁଣି ରାଜ୍ୟ ରାଜପଥ ନିକଟରେ ଥିବା ଗୋଟିଏ ନଳକୂପ ଉପରେ ପୁରା ଗ୍ରାମବାସୀ ନିର୍ଭର କରୁଥିବା ବେଳେ ସେହି ନଳକୂପରୁ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ପାଣି ବାହାରୁନାହିଁ । ଯାହା ବାବଦରେ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ ସୁଦ୍ଧା କେହି ଶୁଣିନଥିଲେ ।

ଶେଷରେ ଗ୍ରାମବାସୀ  ଉଦଳା-ବାରିପଦା ରାଜ୍ୟ ରାଜପଥର ପାଟପୁର ଛକ ନିକଟରେ ହାତରେ ଗରାବାଲଟି ଧରି ରାସ୍ତାରୋକ କରିଛନ୍ତି । ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

   Related Posts