ଶୁଣିଲେନି କେହି, ବାଧ୍ୟ ହୋଇ ରାସ୍ତାରେ ବସିଲେ ଗ୍ରାମବାସୀ
24/01/2023 at 2:00 PM

ସୋନପୁର ୨୪।୦୧ : ରାସ୍ତାରେ ବସିଲେ ଗ୍ରାମବାସୀ । ସୋନପୁର ଜିଲ୍ଲା ବୀରମହାରାଜପୁର-ଚାରମାଳ ରାସ୍ତାର ହିଲୁଙ୍ଗ ଛକରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ । ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଖବର ଅନୁଯାୟୀ, ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ଗାଁରେ ପିଇବା ପାଣି ସମସ୍ୟା ଲାଗିରହିଛି । ନଳକୂପ ଖରାପ ଅଛି । ଏପିରିକି ସୋଲାର ଜଳ ଯୋଗାଣ ପ୍ରକଳ୍ପ ଦୀର୍ଘ ଦିନରୁ ଅଚଳ ହୋଇପଡିଛି । ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ଗରା ବାଲଟି ଧରି ରାସ୍ତା ଅବରୋଧ କରିଛନ୍ତି ହିଲୁଙ୍ଗ ଗ୍ରାମବାସୀ ।

ବୀରମହାରାଜପୁର-ଚାରମାଳ ରାସ୍ତାର ହିଲୁଙ୍ଗ ଛକରେ ରାସ୍ତା ଅବରୋଧ ଲାଗି ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପଟେ ଅନେକ ଗାଡ଼ି ମଟର ଅଟକି ରହିଛି । ସୋଲାର ପ୍ରକଳ୍ପକୁ ସଚଳ କରିବା ସହିତ ନଳକୂପକୁ ମରାମତି କରିବା ଲାଗି ଦାବି କରିଛନ୍ତି ଗ୍ରାମବାସୀ ।
Related Posts
ଗାତରେ ପଡି ୨ ଶିଶୁକନ୍ୟା ମୃତ, ରାସ୍ତା କାମ ପାଇଁ ଖୋଳାଯାଇଥିଲା ଗର୍ତ୍ତ
2 February 2023
ଫେବୃଆରୀ ୨୪ରେ ରାଜ୍ୟ ବଜେଟ୍, ଏପ୍ରିଲ୍ ୬ ଯାଏଁ ଚାଲିବ ଅଧିବେଶନ
2 February 2023
ନିଆଁ ଲାଗି ପୋଡିଗଲେ ପରିବାର: ସ୍ତ୍ରୀ ମୃତ, ବାପା ଓ ପୁଅ ଗୁରୁତର
2 February 2023