ଜାତୀୟ ରାଜପଥ ଅବରୋଧ କଲେ ଚାଷୀ, ଯାତାୟତ ବାଧାପ୍ରାପ୍ତ

Published By : Prameya-News7 Bureau | September 13, 2021 IST

ସମ୍ବଲପୁର ୧୩।୦୯: ଚାଷୀଙ୍କ ପକ୍ଷରୁ ୫୫ନମ୍ବର ଜାତୀୟ ରାଜପଥ ଅବରୋଧ । ମରୁଡି ଘୋଷଣା ଓ ପ୍ରଧାନମନ୍ତ୍ରୀ ଫସଲବୀମା ପ୍ରଦାନ ଦାଵି ନେଇ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ । ଯାହାଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଖବର ଅନୁଯାୟୀ, ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକରେ ବର୍ଷା ଅଭାବ ଯୋଗୁ ମରୁଡି ପରିସ୍ଥିତି ଉପୁଜିଛି ।  ସରକାର ତୁରନ୍ତ ବ୍ଲକ ମରୁଡି ଘୋଷଣା କରନ୍ତୁ । ଏହା ସହ ବ୍ଲକର ଲିପିଣ୍ତା , କୟାକୁଦ, ଗଡଲୋଇସିଂ, କେଶାପାଲି ପଂଚାୟତ ଶହ ଶହ ଚାଷୀ ପ୍ରଧାନ ମନ୍ତ୍ରୀ ଫସଲ ବୀମା ପାଇବାରେ ବଞ୍ଚିତ ରହିଛନ୍ତି । ଏନେଇ ପୁର୍ବରୁ ଜିଲ୍ଲା ପ୍ରଶାସନ ଦ୍ବାରସ୍ତ ହୋଇଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିଲା । ଫଳରେ ଆଜି ଜୁଜୁମୁରା ଛକରେ ବ୍ଲକର ଶତାଧିକ ଚାଷୀ ସମ୍ବଲପୁର - କଟକ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ସେପଟେ ଅନ୍ଦୋଳନ ଯୋଗୁଁ ରାଜପଥରେ ଶହ ଯାନବାହାନ ଅଟକି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.