ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଦୁର୍ଘଟଣା ପରେ ଉତ୍ତେଜନା, ଜାତୀୟ ରାଜପଥରେ ଅଟକି ରହିଛି ଅନେକ ଗାଡି

25/05/2022 at 12:26 PM

ପାଟଣା ୨୫।୦୫: ଦୁର୍ଘଟଣା ପରେ ଉତ୍ତେଜନା । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଖୀରେଇଟାଙ୍ଗିରୀ ଟୋଲଗେଟ୍‌ ନିକଟେର ଦେଖାଦେଇଛି ଉତ୍ତେଜନା । ଟୋଲଗେଟ୍‌ ନିକଟରୁ ବେଆଇନ୍‌ ପାର୍କି ଉଠାଇବା ସହ ଷ୍ଟ୍ରିଟ ଲାଇଟ୍‌ ଲଗାଇବା ଏବଂ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ଲୋକେ । କଲିକତା ଯାଉଥିବା ଅନେକ ଗାଡି ଏବେ ଅଟକି ରହିଛି ।

ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଖୀରେଇଟାଙ୍ଗିରୀ ଗାଁର ଜେମ୍ସ ନାଏକଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଛି । ବିଭିନ୍ନ ଦାବି ନେଇ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଯାହାଫଳରେ ଉଭୟ ପଟେ ଶହ ଶହ ଗାଡି ଅଟକି ରହିଛି । ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । କିନ୍ତୁ ଲୋକେ ନିଜ ଜିଦ୍‌ରେ ଅଟକ ରହି ରାସ୍ତା ଅବରୋଧ କରିଛନ୍ତି ।

   Related Posts