ଦୁର୍ଘଟଣାରେ ଚାଲିଗଲା ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକ

Published By : Prameya-News7 Bureau | November 16, 2022 IST

କୋରାପୁଟ ୧୬।୧୧ : କୋରାପୁଟ ସଦର ଦୟାନିଧି ଗୁଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକ୍‌ଅପ୍‌ ଭ୍ୟାନ୍‌ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଯେଉଁଥିରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୟାନିଧି ଗୁଡ଼ାର ଡମୁ ନାୟକ ବୋଲି ଜଣାପଡିଛି ।

ସେପଟେ ଦୁର୍ଘଟଣାରେ କୋରାପୁଟ-ରାଣିଗଡ ରାସ୍ତା ଅବରୋଧ କରାଯାଇଛି । କ୍ଷତିପୂରଣ ଦାବିରେ ଅବରୋଧ କରିଛନ୍ତି ଗ୍ରାମବାସୀ । ଯାହାଫଳରେ ରାସ୍ତାର ଉଭୟ ପଟେ ଶତାଧିକ ଗାଡି ଅଟକି ରହିଛି ଘଟଣାସ୍ଥଳରେ କୋରାପୁଟ ସଦର ଥାନା ପୋଲିସ ଲୋକଙ୍କୁ ବୁଝାସୁଝା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.