oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ସମସ୍ୟାର ହେଉନି ସମାଧାନ, ରାଜରାସ୍ତାରେ ଚାଷୀ

29/01/2022 at 11:58 AM

ଖଲ୍ଲିକୋଟ ୨୯।୦୧ :  ମଣ୍ଡିରୁ ଉଠୁନି ଧାନ , ଟୋକନ ରଦ୍ଦ ଆଶଙ୍କା । ଏପରି ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ରାଜରାସ୍ତାରେ ଚାଷୀ । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ପୋଟଲାମପୁର ଚାଷୀଙ୍କ ରାସ୍ତା ଅବରୋଧ ।

ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀମାନେ ନିଜର ଉତ୍ପାଦିତ ଧାନ ଶସ୍ୟକୁ ବିକିବା ନିମନ୍ତେ ଆନ୍ଦୋଳନ କରୁଛନ୍ତି । ସଦର ମହକୁମା ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତରେ ଏବେ ଯାଏଁ ଚାଷୀଙ୍କ ଧାନ ଉଠିନି । ମଣ୍ଡିରୁ ଧାନ ଉଠାଣରେ ବିଳମ୍ବ ଲାଗି ଟୋକନ ରଦ୍ଦ ହେବାର ଆଶଙ୍କା ରହିଛି ।୪୦୦ ଟୋକନ ମଧ୍ୟରୁ ୩୭ଟି ଟୋକନରେ ୧୪୬୧ କ୍ୱିଣ୍ଟାଲ ଧାନ କିଣାଯାଇଛି । ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନ ପନ୍ଥା ଗ୍ରହଣ କରିଛି ଚାଷୀ ।

ପୋଟଲାମପୁର ମୁଖ୍ୟ ରାସ୍ତାରେ ଧାନ ବସ୍ତା ରଖି ଚାଷୀମାନେ ବିକ୍ଷୋଭ କରିଛନ୍ତି । ଛତ୍ରପୁର-ତାରାତାରିଣୀ ମୁଖ୍ୟ ରାସ୍ତା ଅବରୋଧ ଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି ।  ଏହାସହ ଗାଁରୁ ଛାତ୍ରପୁର ଓ ବ୍ରହ୍ମପୁରକୁ ଯାଉଥିବା ୨ଟି ପାଣି ପ୍ରକଳ୍ପକୁ ବନ୍ଦ କରିଥିବାରୁ ପାଣି ଯୋଗାଣରେ ବାଧା ସୃଷ୍ଟି ହୋଇଛି । ଚାଷୀମାନେ ଏନେଇ ଜିଲ୍ଲା ପ୍ରଶାସନକୁ ଭେଟି ଅଭିଯୋଗ କରିଥିଲେ ବି କୌଣସି ସମାଧାନ ହୋଇନଥିଲା । ଶେଷରେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛି ଚାଷୀ ।

   Related Posts