ପାଣି ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ, ଦାବି ପୂରଣ ନହେବା ଯାଏଁ ଜାରି ରହିବ ଆନ୍ଦୋଳନ

Published By : Prameya-News7 Bureau | December 15, 2021 IST

କନ୍ଧମାଳ ୧୫।୧୨: ଟିକାବାଲି ସହରରେ ବହୁ ଦିନ ହେଲା ପିଇବା ପାଣିର ସମସ୍ୟା ରହିଛି । ଯାହାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟଲୋକେ । ଦାବି ନଶୁଣିବା ଯାଏଁ ଜାରି ରହିବ ଆନ୍ଦୋଳନ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।  

ଖବର ଅନୁଯାୟୀ, ଲୋକମାନେ ବହୁବାର ପ୍ରଶାସନ ନିକଟରେ ଗୁହାରି ପରେ କୌଣସି ସୁଫଳ ମିଳିଲା ନାହିଁ । ଶେଷରେ ସ୍ଥାନୀଲୋକେ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି । ରାସ୍ତାରେ ଗରା, ବାଲଟି ରଖି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟଲୋକେ । ଯାହାଫଳରେ ଫୁଲବାଣୀରୁ ବ୍ରହ୍ମପୁର ମଧ୍ୟରେ ଯାନାବାହାନ ଚଳାଚଳ ବନ୍ଦ ରହିଛି । ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରିସାରିଲା ପରେ ରାସ୍ତା ଅବରୋଧ ହଟିବ ନାହିଁ ବୋଲି ଆନ୍ଦୋଳନକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.