ରାସ୍ତାରେ ପଡିଛି ବିରାଟକାୟ ଗଛ, ୩ରୁ୪ ଘଣ୍ଟା ହେଲା ଯାତାୟତ ଠପ୍‌

Published By : Prameya-News7 Bureau | October 06, 2022 IST

ଗଜପତି ୦୬।୧୦: ରାସ୍ତାରେ ପଡିଛି ଗଛ । ଗଜପତି ଜିଲ୍ଲା ପାତ୍ରପୁର ନିକଟରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ଯାହାଫଳରେ ଯାତାୟତରେ ବାଧାପ୍ରାପ୍ତ ହେଉଛି । ଉଭୟ ପଟେ ଅଟକି ରହିଛି ଅନେକ ଗାଡି ।

ଖବର ଅନୁଯାୟୀ,  ଗଜପତି ଜିଲ୍ଲା ନୂଆଗଡ଼ା-ଖଜୁରୀପଦା ରାସ୍ତାରେ ଏକ ବିରାଟକାୟ ଗଛ ପଡିଛି । ଯାହାଫଳରେ ୩ରୁ ୪ ଘଣ୍ଟା ଧରି ରାସ୍ତା ଅବରୋଧ ରହିଛି । ଉଭୟ ପଟେ ଅଟକି ରହିଛି ଅନେକ ଗାଡି । ତେବେ ଗଛ ପଡିବା ସଂପର୍କରେ ସୂଚନା ପାଇଁ ଅଗ୍ନିଷମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛକୁ କାଟିବା ସହ ଜେସିବି ଜରିଆରେ ହଟାଇବା କାର୍ଯ୍ୟ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.