ଧାନ କିଣାରେ କଟ୍ନି ଛଟନିକୁ ବିରୋଧ, ଜାତୀୟ ରାଜପଥ ବନ୍ଦ କଲେ ଚାଷୀ
12/12/2022 at 12:22 PM

ବଲାଙ୍ଗୀର ୧୨।୧୨ : ତାତିଲେ ଚାଷୀ । ଧାନ କିଣାରେ କଟନି ଛଟନିକୁ ବିରୋଧ କରି ତାତିଲେ ଚାଷୀ । ବଲାଙ୍ଗୀର-ସୋନପୁର ରାସ୍ତା କଲେ ଅବରୋଧ ।
ଖବର ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଧାନ କିଣାରେ ବ୍ୟାପକ ଅନିୟମିତତା ହେଉଛି । ଖାସ୍ କରି ଧାନ କିଣାରେ ହେଉଥିବା କଟନିଛଟନିକୁ ବିରୋଧ କରିଛନ୍ତି ଲୋକେ । ଯାହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ବଲାଙ୍ଗୀର-ସୋନପୁର ରାସ୍ତାର ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଯାହାଫଳରେ ରାସ୍ତାର ଉଭୟ କଡ଼ରେ ଅନେକ ଗାଡି ଅଟକି ରହିଛି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ଚାଷୀମାନେ ଚେତାବନୀ ମଧ୍ୟ ଦେଇଛନ୍ତି । ଏହି ଆନ୍ଦୋଳନରେ ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକର ଶତାଧିକ ଚାଷୀ ସାମିଲ ଅଛନ୍ତି ।
Related Posts
ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
7 February 2023
ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
7 February 2023