ନାବାଳିକା ଉପରେ ମାଡିଗଲା ଟ୍ରାକ୍ଟର, ବରଗଡ଼-ସୋନପୁର ରାସ୍ତା ଅବରୋଧ କଲେ ଗାଁଲୋକେ
26/02/2023 at 11:58 AM

ବିନିକା ୨୬।୦୨ : ଟ୍ରାକ୍ଟର ଧକ୍କାରେ ନାବାଳିକା ମୃତ । ସୋନପୁର ଜିଲ୍ଲା ବିନିକା ରାମପୁର ଥାନା କଟାପାଲି ଗାଁରେ ଘଟିଛି ଘଟଣା । ମୃତକ ସ୍ନେହାରାଣୀ ପ୍ରଧାନ, ତାଙ୍କ ବୟସ ୮ ବର୍ଷ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ସ୍ନେହାରାଣୀ ପ୍ରଧାନ ସାଇକେଲ୍ରେ ଯୋଗେ ଗାଁ ରାସ୍ତାରେ ଯାଉଥିଲେ । ଏହି ସମୟରେ ପଛପଟୁ ଏକ ପଥର ବୋଝେଇ ଟ୍ରାକ୍ଟର ଧକ୍କା ଦେଇଥିଲା । ସାଇକେଲ ଉପରେ ଟ୍ରକ ମାଡିଯିବାରୁ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା ।
ତେବେ ନାବାଳିକା ମୃତ୍ୟୁ ପରେ କଟାପାଲି ଛକରେ ଉତ୍ତେଜନା ଦେଖାଦେଇଛି । ପରିବାରକୁ କ୍ଷତିପୂରଣ ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ କରିଛନ୍ତି ଗାଁଲୋକେ । ଯାହାଫଳରେ ବରଗଡ଼-ସୋନପୁର ମୁଖ୍ୟ ରାସ୍ତାରେ ଗାଡି ଚଳାଚଳ ଠପ୍ ରହିଛି । ଉଭୟ ପଟେ ଅନେକ ମାତ୍ରାରେ ଗାଡିମଟର ଛିଡା ହୋଇଛି । ରାମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।